ନୂଆଗାଁ ବ୍ଲକ୍ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମହିପୁର ନୋଡାଲ ହାଇସ୍କୁଲ , ବକଳ ବନ୍ଧ ବିଦ୍ୟାଳୟ ଏବଂ ନୂଆଗାଁ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଆର୍ ସି ସି ନରେନ୍ଦ୍ର ବେହେରା, ବିଜୟ କୁମାର ବେହେରା,ରାକେଶ କୁମାର ଘଡେ଼ଇ କୈଳାସ ଚନ୍ଦ୍ର ନାଏକ,ପବନା ନାୟକ,ନିମାଇ ଚରଣ ସାହୁ,ପ୍ରସନ୍ନ କୁମାର ବେହେରା ଯୋଗଦେଇ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ର ଉଦେଶ୍ୟ ବର୍ଣ୍ଣନା କରିଥିଲେ।ଆର୍ ପି ରଶ୍ମିତା ଖଣ୍ଡୁଆଳ,ସୁନୀତା ସାହୁ, ଜାଗ୍ୟସିନି ବେହେରା,ତପସ୍ଵିନୀ ବେହେରା , ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ପୂର୍ବ ଶ୍ରେଣୀ ର ପାଠ ଠିକ୍ ଭାବେ ଗ୍ରହଣ କରିପାରିନଥିଲେ ।ତେଣୁ ଛାତ୍ର ଛାତ୍ରୀ ଙ୍କୁ କିପରି ଶିକ୍ଷାଦାନ ଦିଆଯାଇ ଶିକ୍ଷଣ ପରିପୂରଣ କରାଯାଇ ପାରିବ ସେ ଉପରେ ଆର୍ ପି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପବିତ୍ର କୁମାର ସାହୁ ପରିଚାଳନା କରିଥିଲେ।
Comments are closed.