ମେଥି ଦାନାରେ ରହିଛି ଏହିସବୁ ଗୁଣ

ଆଜିକାଲି ମଧୁମେହ ଏକ ସାଧାରଣ ରୋଗ ହୋଇଗଲାଣି କାରଣ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ୭ ମଧୁମେହ ରୋଗରେ କକ୍ରାନ୍ତ ହୋଇଥିବେ । ଏଥିପାଇଁ ଅନେକ ଘରେଇ ଉପଚାର କରିବାକୁ ପଡ଼ିଥାଏ ।ମେଥି ଦାନାରେ ଫାଇବର ଏବଂ ଅନ୍ୟାନ୍ୟ ରସାୟନ ରହିଥାଏ। ଯାହା ଶରୀରରକୁ ଅନେକ ପ୍ରକାର ଫାଇଦା ଦେଇଥାଏ। ଏହା ସୁଗାରକୁ କଣ୍ଟ୍ରୋଲରେ ରଖିଥାଏ। ଏହା ବ୍ୟତୀତ ମେଥି ଇନସୁଲିନର ପରିମାଣ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ବ୍ଲଡ୍ ସୁଗାର କଣ୍ଟ୍ରୋଲ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଡାଏଟ୍‌ରେ ମେଥିଦାନା ଅନ୍ତର୍ଭୁକ୍ତ କରନ୍ତୁ । ମେଥି ଦାନା ଇନସୁଲିନର ପରିମାଣ ବଢାଇବାରେ ସାହାଯ୍ୟ କରେ। ମେଥିକୁ ରୋଷେଇରେ ପ୍ରାୟତଃ ବ୍ୟବହୃତ ହୁଏ । ଔଷଧୀୟ ଗୁଣରେ ଭରପୂର ଏହି ମସଲା ଔଷଧରେ ମଧ୍ୟ ବ୍ୟବହୃତ ହୁଏ।

ଆଜିର ଯୁଗରେ ଖରାପ ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି । ତେଣୁ ମଧୁମେହ ରୋଗୀଙ୍କ ପାଇଁ ମେଥି ଅତ୍ୟନ୍ତ ପ୍ରଭାବଶାଳୀ। ଏଥିରେ ଥିବା ପୋଷକ ତତ୍ତ୍ୱ ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

Comments are closed.