ସ୍ୱାମୀଙ୍କୁ କିନ୍ନର ସହ ବାହା କରାଇଲେ ସ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଛି । ନର୍ଲା ଥାନା ଧୁକୁଟି ଗାଁର ଫକୀର ନିଆଲ ଦେପୁର ଗାଁର ସଙ୍ଗୀତା କିନ୍ନରଙ୍କୁ ବାହା ହୋଇଛନ୍ତି । ଫକୀର ପୂର୍ବରୁ ବିବାହିତ । ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି ।

ଏହାପରେ ମଧ୍ୟ ତାଙ୍କର ସଙ୍ଗୀତା କିନ୍ନରଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫକୀରଙ୍କ ସ୍ତ୍ରୀ ହିଁ ଏହି ବାହାଘର କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପତ୍ନୀ କୁଲି ନିଆଲ ଏହି ବାହାଘରକୁ ସ୍ୱୀକୃତି ଦେଇଥିବା ବେଳେ ପରିବାର ଏହାକୁ ଗ୍ରହଣ କରିଛନ୍ତି ।

Comments are closed.