ଖୁସି ଖବର, ନିଜର ସ୍ଥିତି ସୁଦୃଢ କରୁଛି ଭାରତ

ନୂଆଦିଲ୍ଲୀ : ବିଶ୍ୱର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ଏହାର ସ୍ଥିତିକୁ ଆହୁରି ଦୃଢ କରିଛି । ପଂଚମ ସ୍ଥାନରେ ଥିବା ବ୍ରିଟେନକୁ ଏହା ପଛରେ ପକାଇ ଦେଇଛି । କରୋନା ମହାମାରୀ ପରେ ଦରଦାମେରେ ହୋଇଥିବା ଅହେତୁକ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଆସିଛି । ଭାରତ ବିଶ୍ୱର ପଂଚମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି । ୨୦୨୨ରେ ଶେଷ ତିନି ମାସରେ ଭାରତ ଏହି ସଫଳତା ହାସଲ କରିଛି । ଦଶନ୍ଧି ପୂର୍ବେ ଏହିୁ ତାଲିକାରେ ଭାରତ ଏକାଦଶ ସ୍ଥାନରେ ଥିବା ବେଳେ ବ୍ରିଟେନ୍‌ ପଞ୍ଚମ ସ୍ଥାନରେ ଦୃଢ ସ୍ଥିତରେ ଥିଲା  । କିନ୍ତୁ କିଛିବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢି ବ୍ରିଟେନକୁ ପଛରେ ପକାଇବାରେ ସଫଳ ହୋଇଛି।

ଆମେରିକୀୟ ଡଲାରରେ କରାଯାଇଥିବା ହିସାବରୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ବ୍ରିଟେନଠାରୁ ଅଧିକ ହୋଇଥିବା ଜଣାପଡିଛି । ବ୍ରିଟେନ ଅର୍ଥନୀତି ମୂଲ୍ୟ ୮୧୬ବିଲିୟନ ଡଲାର ରହିଥିବାବେଳେ ଭାରତୀୟ ଅର୍ଥନୀତି ମୂଲ୍ୟ ତା’ଠାରୁ ଅଧିକ ଅର୍ଥାତ ୮୫୪.୭ ବିଲିୟନ ଡଲାର ହୋଇଛି । ଅଥନୈତିକ ମହାଶକ୍ତି ଭାବେ ଆମେରିକା ପ୍ରତମ ସ୍ତାନରେ ଥିବା ବେଳେ ଚୀନ୍‌ ଦ୍ୱତୀୟ, ଜାପାନ ତୃତୀୟ ଓ ଜର୍ମାନି ଚତୁର୍ଥ ସ୍ଥାନରେ ରହିଛି ।

Comments are closed.