ସୋମବାର ବ୍ରିଟେନକୁ ମିଳିବ ତା’ର ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାରେ ପଡିବ ପୂର୍ଣ୍ଣଚ୍ଛେଦ । ଆସନ୍ତା ସୋମବାର ବ୍ରିଟେନକୁ ମିଳିବ ତାର ନୂଆ ପ୍ରଧାନମନ୍ତ୍ରୀ ) । ବୋରିସ ଜନସନଙ୍କ ଇସ୍ତଫା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଚାଲିଥିବା ମତଦାନ ପ୍ରକ୍ରିୟା ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି । ସୋମବାର ମଧ୍ୟାହ୍ନ ସାଢେ ୧୨ଟା ସମୟରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍ସସେଲର  ଋଷି ସୁନକ ଏବଂ ବର୍ହିବ୍ୟାପାର ସଚିବ ଲିଜ୍ ଟ୍ରସ ଏଥିପାଇଁ କଡା ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଋଷି ସୁନକଙ୍କୁ ହରାଇ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଛି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ୧,୬୦,୦୦୦ ଟୋରି ଭୋଟର ସାମିଲ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଉଭୟ ଅନଲାଇନ ଏବଂ ପୋଷ୍ଟାଲ ଭୋଟିଂ ଶେଷ ହୋଇଛି । ଆସନ୍ତା ୫ ତାରିଖ ବା ସୋମବାର ଦିନ ସ୍ଥାନୀୟ ସମୟ ସାଢେ ୧୨ଟାରେ ରିଟର୍ଣ୍ଣିଂ ଅଫିସର ସାର୍ ଗ୍ରାହମ ବ୍ରାଡି ନିର୍ବାଚନ ଫଳାଫଳ ଘୋଷଣା କରିବେ । କଞ୍ଜରଭେଟିଭ କ୍ୟାମ୍ପନ ହେଡକ୍ବାର୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Comments are closed.