୨୭ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ଟି ସ୍କୁଲ ବନ୍ଦ, ଜାଣନ୍ତୁ କାହିଁକି

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି।ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଆସନ୍ତା ୨୧ରେ ହେବାକୁ ଥିବା ଏଏସ୍‌ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ନୂଆ ତାରିଖ ଘୋଷଣା କରିଥିଲା ଓପିଏସ୍‌ସି । ୨୭ରେ ଏସ୍‌ଓ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା।

ତେବେ ହେବାକୁ ଥିବା ଏଏସ୍‌ଓ ପରୀକ୍ଷା କେନ୍ଦ୍ର ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ସ୍ବତନ୍ତ୍ର ଛୁଟି ଘୋଷଣା ହୋଇଛି। ଏଏସ୍‌ଓ ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲାରେ ୧୩୯ଟି କେନ୍ଦ୍ର କରାଯାଇଛି।

 

Comments are closed.