ହାପି ମେମୋରିଆଲ ଟ୍ରଷ୍ଟ ଓ ଡିଏଚଏଚ(DHH)ଯାଜପୁର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ଧର୍ମଶାଳା (ସୁଜିତ କୁମାର ରାଉତ) : ରକ୍ତ ଦାନ କାର୍ଯ୍ୟ ଏକ ମହତ କାର୍ଯ୍ୟ । ଧର୍ମଶାଳା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗ୍ରାମର ଦର୍ଶନ ଉଚ୍ଚବିଦ୍ୟାଳୟ ପରିସରରେ ହାପି ମେମୋରିଆଲ ଟ୍ରଷ୍ଟ ଓ ଡିଏଚଏଚ(DHH)ଯାଜପୁର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଟ୍ରଷ୍ଟ ର ସଭାପତି ଚିନ୍ମୟ ଦାଶ ଶିବିର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଗ୍ରାମପଂଚୟତ ର ସରପଞ୍ଚ ସ୍ବର୍ଣ୍ଣଲତା ସାହୁ ଓ ସମିତିସଭ୍ୟ ପ୍ରିୟରଞ୍ଜନ ସାହୁ ଯୋଗଦେଇ ରକ୍ତଦାନ ଉପରେ ଆଲୋକପାତ କରିଥିଲେ। ଦିନ ୧୦ଘଟିକା ଠାରୁ ଅପରାହ୍ନ 2ଘଟିକା ପର୍ଯ୍ୟନ୍ତ ରକ୍ତ ଦାନ କାର୍ଯ୍ୟ ଚାଲୁରହିଥିଲା।ମୋଟ ୫୧ଗୋଟି ରକ୍ତ ସଂଗୃହିତ ହେଲା ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।ଡିଏଚଏଚ ଯାଜପୁର ତରଫରୁ ସଂଜୀବ କୁମାର ପ୍ରଧାନ ଯୋଗଦେଇଥିଲେ।ଦେବାଶିଷ ଦାଶ ଙ୍କ ସ୍ମୃତିରେ ତିନିବର୍ଷ ଧରି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଆସୁଅଛି।ରକ୍ତଦାନ ଶିବିରକୁ ଟ୍ରଷ୍ଟର ସଦସ୍ୟମାନେ ପୂର୍ଣ ମାତ୍ର ରେ ସହଯୋଗ କରିଥିଲେ ।ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା ର ସୁଅ ଛୁଟିଛି।
Comments are closed.