ନିର୍ଦ୍ଦୟ ହେଲା ବାପା, ଟାଙ୍ଗିଆରେ ହାଣିଲା ଝିଅକୁ

ସତରେ କେଡେ ନିର୍ଦ୍ଦୟ ଏ ପିତା ଯେ, କି ନିଜ ୨୦ ବର୍ଷିୟା ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଘଟଣାଟି ଘଟିଛି ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା ଅନ୍ତର୍ଗତ ଅନୁପଗଡ ସହରର ୨୭ଏ ଗାଁରେ । ଖବର ଅନୁସାରେ, ସେହି ଗାଁର ୪୫ ବର୍ଷିୟା ବଳବୀର ସିଂହଙ୍କ ଝିଅ ନିଜଠୁ କମ୍ ବୟସର ପୁଅକୁ ପ୍ରେମ କରି ଘର ଛାଡି ପଳାଇଥିଲା । ପରେ ବିବାହ ପ୍ରତିଶୃତି ଦେଇ ପୋଲିସ ମାଧ୍ୟମରେ ଘରକୁ ଆସିଥିଲା ଝିଅ । ପରନ୍ତୁ ଏଥିରେ ଖୁସି ନ ଥିଲେ ବଳବୀର, ଯାହା ଫଳରେ ଶୋଇଥିବା ଅବସ୍ତାରେ ଟାଙ୍ଗିଆ ସାହାର୍ଯ୍ୟରେ ହତ୍ୟା କଲେ ଝିଅକୁ । ପରେ ଅଭିଯୁକ୍ତ ପିତାକୁ ଗିରଫ କରିଛି ପୋଲିସ ।

Comments are closed.