ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଲା ପରିଚାଳନା କମିଟି
ଜଗତର ନାଥ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମୀ ରଥ ଯାତ୍ରା, ନିଳାଦ୍ରୀବିଜେ ଓ ଗ୍ରହଣ ନୀତିକୁ ପାଳନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଲା ପରିଚାଳନା କମିଟିର ବୈଠକ, ଯେଉଁଥିରେ ଅଧ୍ୟକ୍ଷତା କରିଥିଲେ ଗଜପତି ମହାରାଜା । ଅନ୍ୟପଟେ ରତ୍ନ ଭଣ୍ଡାର ଓ ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମଙ୍କ ନିର୍ଦ୍ଦେଶ ଉପରେ ଆଲୋଚନା କରିବେ ଶ୍ରୀ ମନ୍ଦୀରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।
ଏବେ ବର୍ଷା ଜଳ ନିଷ୍କାସନ ପ୍ରଧାନ ସମସ୍ୟା ରୂପେ ଦେଖାଯିବାରେ ଲାଗିଛି, ଯାହାକୁ ମଧ୍ୟ ବୈଠକରେ ସମୀକ୍ଷା କରାଯିବ । ଅସରାଏ ବର୍ଷା ନ ହେଉଣୁ ପୁରୀ ବଡଦାଣ୍ଡରେ ପାଣିର ସୁଅ ଦେଖିବାକୁ ମିଳୁଛି । ଏହା ଛଡା ନାଳ ନର୍ଦମା ପାଣିରେ ଉବୁଢୁବୁ ହେଉଛି ପୁରୀ । ରଥଯାତ୍ରାକୁ ଆଖିରେ ରଖି ଏହାର ଅତିଶୀଘ୍ର କିଛି ପ୍ରତିକାର କରା ନ ଗଲେ ସମସ୍ୟା ଆହୁରି ଜଟିଳ ହୋଇପଡିବ ।
Comments are closed.