ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ, ପାସ ହାର ଜାଣନ୍ତୁ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି । ବିଜ୍ଞାନରେ ୭୬ହଜାର ୬୦୪ ପିଲା ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି ୭୨ହଜାର ୧୦୬ଜଣ । ୪୫ହଜାର ୫୮୭ ବାଳକ ପାସ୍ କରିଥିବାବେଳେ ପାସ୍ ହାର ରହିଛି୯୩.୮୦ ।
ସେହିପରି ୩୨ହଜାର ୫୧୯ଜଣ ବାଳିକା ପାସ୍ କରିଥିବାବେଳେ ପାସ୍ ହାର ରହିଛି ୯୪.୫୨% । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦ହଜାର ୧୫୭ଜଣ ଦ୍ୱିତୀୟ ଶ୍ରେଣୀରେ ୧୪ହଜାର ୯୩୨ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୯୧୦ଜଣ ପାସ୍ କରିଛନ୍ତି । ଏହାସହିତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୨୨୪ଜଣ ଛାତ୍ରଛାତ୍ରୀ । ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି । ନୟାଗଡ ଜିଲ୍ଲାରେ ସର୍ବାଧିକ ୯୯.୧୧% ଓ କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପ୍ରତିଶତ ପାସ୍ ହାର ରହିଛି ।
ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
Comments are closed.