ରାଉଲକେଲାର ୨୮ଟି ପ୍ରତିଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ
ଦିନକୁ ଦିକ ଅଗ୍ନିକାଣ୍ଡର ପ୍ରକୋପରେ ଅନେକ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଏହାକୁ ଦେଖି ରାଉରକେଲାରେ ରାଜ୍ୟ ଅଗ୍ନିଶମ ବିଭାଗ ତରଫରୁ ୨୮ଟି ପ୍ରତିଷ୍ଠାନରେ ଅଗ୍ନି ନିର୍ବାପକ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ପରୀକ୍ଷାମାନ କରାଯାଇଛି । ବର୍ତ୍ତମାନ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ମଲ, ସିନେମା ହଳ୍, ଆପାର୍ଟମେନଟ୍କୁ ଆଖିରେ ରଖି ରାଜ୍ୟ ସରକାର ଗତ ୪ ଅକ୍ଟୋବର ୨୦୧୭ରେ ଓଡିଶା ଫାୟାର ପ୍ରିଭେନସନ ଆଣ୍ଡ ଫାୟାର ସେଫଟି ଆକ୍ଟ ଲାଗୁ କରିଛନ୍ତି । ୨୮ଟି ଯାଞ୍ଚ ମଧ୍ୟରୁ ୭ଟି ସପିଙ୍ଗ ମଲ, ୭ଟି ଆବାସିକ ଆପାନଟମେଟ୍, ୩ଟି ଶିକ୍ଷାନୁଷ୍ଠାନ, ୨ଟି କଲ୍ୟାଣ ମଣ୍ଡପ ଓ ୯ଟି ହୋଟେଲ ରହିଛି । ୧୪ଟି ଯାଞ୍ଚ କାରି ଦଳଙ୍କ ସହାୟତରେ ଏହା ହୋଇଥିବାର ସୂଚନା ମିଳିଛି । ସେପଟେ ଅଗ୍ନି ପ୍ରତିଷେଧକ ବିଭାଗର ଅଧିକାରୀ ଶ୍ରୀ ବ୍ରଜେନ୍ଦୁ ଭୁଷଣ ଦାସ କହିଛନ୍ତି କି, ଅଗ୍ନି ପ୍ରତିଷେଧକ ବ୍ୟବସ୍ଥା ଓ ଆନୁସଙ୍ଗିକ ଉପକରଣ ନଥିବାରୁ ଏପରି ଦୂର୍ଘଟଣା ଘଟୁଛି । ଯାଞ୍ଚ କରାଯାଇଥିବା ପ୍ରତିଷ୍ଠାନ ମାନଙ୍କରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ପାଳନ ନ କଲେ ଆଇନର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.