ଟଲିଉଡ଼ରେ ପଦ ଥାପିବେ ରିୟା ଚକ୍ରବର୍ତ୍ତୀ!
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କଠାରୁ ବିଦାୟ ନେଇଥିବା ସୁଶାନ୍ତଙ୍କ ମୃତ୍ୟୁରହସ୍ୟ ଆଜିବି ରହସ୍ୟ ହୋଇ ରହିଯାଇଛି । ସୁଶାନ୍ତଙ୍କ ମୃତ୍ୟୁ ସବୁଠାରୁ ଅଧିକ ପ୍ରଭାବ ପକାଇଥିଲା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ କ୍ୟାରିୟର ଉପରେ । ସୁଶାନ୍ତଙ୍କ ମୃତ୍ୟୁ ସହ ରିଆଙ୍କ ସମ୍ପର୍କ ରହିଛି ବୋଲି କୁହାଯାଉଥିବା ବେଳେ ଏହାର ଡ୍ରଗ୍ସ ଲିଙ୍କ ତାଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ଅଡୁଆ ସୂତାରେ ବାନ୍ଧି ପକାଇବା ଭଳି ହୋଇଯାଇଥିଲା । ଏଥିରେ ରିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଥିଲା । ଏମିତିକି ଏହି ମାମଲାରେ ରିଆ ଜେଲ ବି ଯାଇଥିଲେ । ଏହାପରେ ରିଆଙ୍କୁ ଆଉ ବଲିଉଡରେ କାମ ମିଳି ନ ଥିଲା । ଏବେବି ବଲିଉଡରେ ପୁଣିଥରେ ଏଣ୍ଟ୍ରି କରିବା ରିଆଙ୍କ ପାଇଁ ଆଉ ସହଜ ହୋଇନାହିଁ । ଏଥର କିନ୍ତୁ ରିଆଙ୍କ ବେଙ୍ଗଲି ଇଣ୍ଡଷ୍ଟିରୁ ଅଫର ମିଳିଥିବା କୁହାଯାଉଛି । ତେଣୁ ସେ ଟଲିଉଡରେ ଡେବ୍ୟୁ କରିବେ ବୋଲି ଅନୁମାନ କରାଯାଉଛି ।
Comments are closed.