ବୃଦ୍ଧାଶ୍ରମ ପରେ ସମାଜସେବୀ ଗୈାତମଙ୍କ ଆଉ ଏକ ଭିନ୍ନ ପ୍ରୟାସ, ଅସହାୟ ଗୋରୁଗାଈଙ୍କ ପାଇଁ ଗୋଶାଳାର ଶିଳାନ୍ୟାସ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ଅଂଚଳର ସମାଜସେବୀ ତଥା ଦରଦୀ ମଣିଷ ଗୈାତମ ମହାରଣାଙ୍କ ବୃଦ୍ଧାଶ୍ରମ ପରେ ଏବେ ଅସହାୟ ଗୋରୁଗାଈଙ୍କୁ ଆଶ୍ରୟ ଦେବାଲାଗି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି । ରାସ୍ତାକଡରେ ଅସହାୟ ଅବସ୍ଥାରେ ବୁଲୁଥିବା ଗୋରୁ,ଗାଈ,ବାଛୁରୀ, ଷଣ୍ଢ ଇତ୍ୟାଦିଙ୍କୁ ଆଶ୍ରୟ ଦେବା ଓ ଗୋ ସୁରକ୍ଷା ଲାଗି ‘ଜଗାବଳିଆ ଗୋଶାଳା’ ନାମରେ ଏକ ଗୋଶାଳା ଖୋଲିବାକୁ ଯାଉଛନ୍ତି । ଗୈାତମଙ୍କ ମା’ ଭାନୁମତୀ ମହାରଣାଙ୍କ ଉଦେଶ୍ୟରେ ଏହି ଗୋଶାଳା ଖୋଲାଯାଉଥିବା ଗୈାତମ କହିଛନ୍ତି । ଏହି ଜଗାବଳିଆ ଗୋଶାଳାକୁ ଗୈାତମଙ୍କ ମା’ ଭାନୁମତୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ବେଳେ ଭାନୁମତି ଏହାର ପ୍ରତିଷ୍ଠାତା ରହିଛନ୍ତି ଏବଂ ଗୈାତମ ନିଜେ ଏହାର ଅଧ୍ୟକ୍ଷ ରହି ଥିବା କହିଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହାର ଉଦଘାଟନ ହେବ ବୋଲି କହିଛନ୍ତି ଗୈାତମ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଗୃହପାଳିତ ପଶୁମାନଙ୍କଲାଗି ଏହି ଆଶ୍ରୟସ୍ଥଳର ଆରମ୍ଭ କରାଯାଉଥିବା କୁହାଯାଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯିତେନ୍ଦ୍ର ନାୟକ, ରଶ୍ମିତା ପାଢୀ,ବାସୁଦେବ ସେଠୀ, ହାଡିବନ୍ଧୁ ମହାରଣା,ଜ୍ୟୋର୍ତିମୟୀ ମହାରଣାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସୂଚନା ଅନୁସାରେ ଗୈାତମ ମହାରଣା ସମାଜରେ ଅସହାୟ ଅବସ୍ଥାରେ କାଳତିପାତ କରୁଥିବା ବୃଦ୍ଧାବୃଦ୍ଧମାନଙ୍କୁ ଆଶ୍ରୟ ଦେଇଛନ୍ତି । ବର୍ତମାନ ସ୍ଥିତିରେ ୪୦ରୁ ଉର୍ଦ୍ଧ୍ୱ ଅସହାୟ ବୃଦ୍ଧାବୃଦ୍ଧ ଗୈାତମଙ୍କ ବାପା’ମା ସେବାଶ୍ରମରେ ନିଜ ପରିବାର ଭଳି ରହିଥିବା ଦେଖିବାକୁ ମିଳୁଛି । ଏନେଇ ଅଂଚଳରେ ଚାରିଆଡୁ ପ୍ରସଂଶାର ସୂଅ ଛୁଟିଛି ।

Comments are closed.