କାହିଁକି ଏମିତି କହିଲେ ଅରବିନ୍ଦ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ୨୦୧୫ରୁ ଦିଲ୍ଲୀରେ ବଳକା ରାଜସ୍ବ ରହୁଛି ବୋଲି ଭାରତର ‘କମ୍ପ୍‌ଟ୍ରୋଲର୍‌ ଆଣ୍ଡ୍‌ ଅଡିଟର୍‌ ଜେନେରାଲ୍‌’(ସିଏଜି) ରିପୋର୍ଟ ପ୍ରକାଶ କରିବାର ଦିନକ ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଏହି ‘ସଂଖ୍ୟା’ ହେଉଛି ‘ଆମ୍‌ ଆଦ୍‌ମି ପାର୍ଟି’ ସାଧୁତାର ସବୁଠୁ ବଡ଼ ପ୍ରମାଣ।

ହିନ୍ଦୀ ଭାଷାରେ ଟୁଇଟ୍‌ କରି ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି: ସେମାନେ (ସିଏଜି) କହିଛନ୍ତି ଯେ, ଦିଲ୍ଲୀରେ ‘ଆମ୍‌ ଆଦ୍‌ମି ପାର୍ଟି’ ସରକାର ଗଠନ କରିବା ସମୟରୁ ସରକାର ଲାଭରେ ଚାଲିଛି। ଏହା ହେଉଛି ‘ଆମ୍‌ ଆଦ୍‌ମି ପାର୍ଟି’ ସରକାର ସାଧୁତାର ସବୁଠୁ ବଡ଼ ପ୍ରମାଣ। ଏହି ସାଧୁତା ବିରୋଧୀମାନଙ୍କୁ ଶାନ୍ତିରେ ଶୁଆଇ ଦେଉନାହିଁ।

Comments are closed.