ମୁମ୍ବାଇରେ ପ୍ରବଳ ବର୍ଷା
ମୁମ୍ବାଇ: ବର୍ଷାରେ ଭାସୁଛି ସାରା ମୁମ୍ବାଇ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା କି ଏହି ସପ୍ତାହ ମୁମ୍ବାଇବାସୀ ପ୍ରବଳ ବର୍ଷାର ସମ୍ମୁଖୀନ ହେବେ। ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ।
ସୋମବାର ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି। ବର୍ଷା ହେତୁ ଟ୍ରେନ୍ଗୁଡ଼ିକ ଧୀରେ ଚାଲୁଥିବାରୁ ସିଏସ୍ଏମ୍ଟି-ଥାନେ ସେକ୍ସନର କିଛି ଟ୍ରେନ୍ଗୁଡ଼ିକ ୧୦-୧୫ ମିନିଟ୍ ବିଳମ୍ବରେ ଚାଲୁଛି।
Comments are closed.