ଫ୍ରୁଟସ ସେକ ପିଅନ୍ତି କି?

ଭୁବନେଶ୍ୱର: ଫ୍ରୁଟସ ସେକ୍‌ ବା ଫଳ ଆଉ କ୍ଷୀର ମିଶାଇ ପ୍ରସ୍ତୁତ ହେଉଥିବା ଟେଷ୍ଟି ଡ୍ରିଙ୍କ୍‌ ଶରୀର ପାଇଁ ସ୍ୱାସ୍ଥ୍ୟକର ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଆୟୁର୍ବେଦ ଅନୁସାରେ ଫ୍ରୁଟ ସେକ୍‌ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦା ନୁହେଁ ବରଂ କ୍ଷତିକାରକ ହୋଇଥାଏ। ଆପଣ ସବୁଠାରୁ ଅଧିକ ପସନ୍ଦ କରୁଥିବା ଫ୍ରୁଟ ସେକ୍‌ ମଧ୍ୟରେ କଦଳୀ ଏବଂ ଆମ୍ବ ସେକ୍‌ ପିଲାଙ୍କୁ ସ୍ୱାସ୍ଥ୍ୟକର ବୋଲି ପିଇବାକୁ ଦିଆଯାଏ। କିନ୍ତୁ ଏହା ପ୍ରକୃତରେ ପିଲାର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ତେବେ କ୍ଷୀର ସହିତ ଫଳ ସେବନ କରିବା ଆୟୁର୍ବେଦିକ ବିଧି କ’ଣ ଏବଂ ତା’ ସମ୍ବନ୍ଧୀୟ ଲାଭ କିପରି ମିଳିବ, ଜାଣନ୍ତୁ…

– ଆୟୁର୍ବେଦ ଅନୁସାରେ କ୍ଷୀର ଏବଂ ଫଳ ଏକାସାଙ୍ଗରେ ଖାଇବା ଉଚିତ ନୁହେଁ। ଏହି ଦୁଇଟି ଜିନିଷରେ ପରସ୍ପରର ବିରୋଧୀ ଗୁଣ ରହିଥାଏ। ତେଣୁ ଏହା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପଡିଥାଏ। ପେଟ ଯନ୍ତ୍ରଣା ହେବା ସହିତ ଶରୀରର ଅଲଗା ଅଲଗା ଅଙ୍ଗରେ ମଧ୍ୟ ସମସ୍ୟା ହୋଇଥାଏ।

– ଆୟୁର୍ବେଦ ଅନୁସାରେ, ସବୁ ଫଳରେ କମ୍‌ କିମ୍ବା ଅଧିକ ମାତ୍ରାରେ ସାଇଟ୍ରିକ ଏସିଡ ରହିଥାଏ। ଯାହା କ୍ଷୀରକୁ ଫଟାଇଥାଏ। ଏହାସହିତ ଫଳରେ ଅନ୍ୟ ଅମ୍ଳ ରହିଥାଏ, ଯାହା କ୍ଷୀର ସହିତ ମିଶିଲେ ଶରୀରକୁ ଲାଭ ବ୍ୟତୀତ କ୍ଷତି ପହଞ୍ଚାଏ। ଏହାସହିତ ଫଳରେ ରାସାୟନିକ ତତ୍ତ୍ୱ ଫଳରେ ରହିଥାଏ, କ୍ଷୀର ସହିତ ମିଶିବା ପରେ ଡାଇଜେଷ୍ଟ ହୋଇପାରେ ନାହିଁ।

ମ୍ୟାଙ୍ଗୋ ସେକ୍‌ କ’ଣ ପାଇଁ ପିଇବା ଅନୁଚିତ :

ଗରମ ଦିନରେ ଅଧିକାଂଶ ଲୋକ ମ୍ୟାଙ୍ଗୋ ସେକ୍‌ ପିଇବାକୁ ଭଲପାଆନ୍ତି। ସ୍ୱାସ୍ଥ୍ୟକର ଭାବି ଅନେକ ଲୋକ ପିଅନ୍ତି। କିନ୍ତୁ ଆମ୍ବରେ ଏମିତି ଅମ୍ଳ ଏବଂ ସାଇଟ୍ରିକ ଏସିଡ ରହିବା ସହିତ କଦଳୀରେ ରାସାୟନିକ ତତ୍ତ୍ୱ ଯୋଗୁଁ ପାଚନ ହୋଇପାରେ ନାହିଁ।

କେମିତି ଖାଇବେ କ୍ଷୀର ସହିତ ଫଳ :

ଆୟୁର୍ବେଦ ଅନୁସାରେ, ଆମ୍ବ ଖାଇ କ୍ଷୀର ପିଇଲେ ଶରୀର ବଳବାନ ହୁଏ ଆଉ କଦଳୀ ଖାଇ କ୍ଷୀର ପିଇଲେ ଶରୀର ମଜବୁତ ରହିଥାଏ। ତେଣୁ କେବେ ବି କ୍ଷୀର ସହିତ ଫଳ ଏକାଠି ଖାଇବା ଉଚିତ ନୁହେଁ। କିମ୍ବା ଫଳ ଖାଇବାର ତୁରନ୍ତ ପରେ କ୍ଷୀର ପିଇବା ଉଚିତ ନୁହେଁ। ଫଳ ଖାଇବାର ଘଣ୍ଟାଏ କିମ୍ବା ୨ ଘଣ୍ଟା ପରେ କ୍ଷୀର ପିଇବା ଉଚିତ। ଏମିତି କଲେ କ୍ଷୀର ଓ ଫଳର ଲାଭ ମିଳିବ।

Comments are closed.