ବରିଷ୍ଠ ପତ୍ରକାର ସୁଜାତ ବୁଖାରୀ ଙ୍କୁ ହତ୍ୟା
ଜମ୍ମୁ ଓ କଶ୍ମୀର ର ବରିଷ୍ଠ ସମ୍ବାଦିକ ସୁଜାତ ବୁଖାରୀ ଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି। ହତ୍ୟାରେ ଆତଙ୍କବାଦୀ ମାନଙ୍କର ହାତଥିବା ସନ୍ଦେହ କରାଯାଉଛି। ଜମ୍ମୁ ଓ କଶ୍ମୀର ରେ ରାଇଜିଙ୍ଗ କାଶ୍ମୀର ଖବର କାଗଜରେ ସୁଜାତ ବୁଖାରୀ ମୁଖ୍ୟ ସମ୍ପାଦକ ରୂପେ କାର୍ଯ୍ୟରତ ଥିଲେ। ସମ୍ବିଧାନର ଚତୁର୍ଥଃ ସ୍ତମ୍ବ କୁହାଯାଉଥିବା ସାମ୍ବାଦିକ ମାନଙ୍କର ଏପରି ନିର୍ମମ ଭାବେ ହତ୍ୟା ପରେ ସେମାନଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.