ଆପଣ ଖାଉଛନ୍ତି କି ଅଧିକ ଲୁଣ ?
ଭୁବନେଶ୍ୱର: ପ୍ରତ୍ୟକ ଜିନିଷ ଏକ ସୀମା ମଧ୍ୟରେ ଖାଇଲେ ଭଲ | ହେଲେ ଅଧିକ ହେଲେ ଏହା ଶରୀରର ଅନେକ କ୍ଷତି କରିଥାଏ | ଲୁଣ ବିନା ଭୋଜନ ସ୍ୱାଦହିନ ହୋଇଥାଏ | ଖାଲି ସେତିକି ନୁହେ, ଲୁଣ ଶରୀର ପାଇଁ ମଧ୍ୟ ବହୁତ ଦରକାରୀ ହୋଇଥାଏ | ହେଲେ ଯଦି ଏହା ଆବଶ୍ୟକ ଠାରୁ ଅଧିକ ହୁଏ ଶରୀର ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ |
ଲୁଣରେ ଥିବା ସୋଡିଅମ ମାତ୍ରା ଶରୀରରେ କମିଗଲେ ରକ୍ତଚାପ ଅସନ୍ତୁଳିତ ହୋଇଥାଏ | ସେହିପରି ଏହାର ମାତ୍ରା ଅଧିକ ହେଲେ ହାର୍ଟ ଓ କିଡ଼ନୀ ରୋଗ ବୃଦ୍ଧି କରିପାରେ | ତେଣୁ ଲୁଣ ଅଧିକ କିମ୍ବା କମ ଖାଇବା ଉଚିତ ନୁହେ | ଆଜି ଆସନ୍ତୁ ଜାଣିବା ଅଧିକ ଲୁଣ ଖାଇଲେ କଣ କ୍ଷତି ହୋଇଥାଏ ଶରୀର ପାଇଁ |
– ଅତ୍ୟଧିକ ସୋଡିୟମ୍ ଗ୍ରହଣ ଦ୍ୱାରା ଚର୍ମ ରୋଗର ଆଶଙ୍କା ବଢିପାରେ | ତେଣୁ ଚର୍ମ ସମସ୍ୟା ଥିବା ବ୍ୟକ୍ତି କମ ଲୁଣ ଖାଇବା ଉଚିତ |
– ରକ୍ତରେ ସୋଡିୟମର ମାତ୍ରା ଅଧିକ ହେଲେ ରକ୍ତ ସଞ୍ଚାଳନ ଦ୍ରୁତ ହୋଇଥାଏ | ଫଳରେ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଥାଏ | ବାରମ୍ବାର ଏପରି ହେଲେ ହୃଦଘାତର ଆଶଙ୍କା ବଢାଇଥାଏ |
– ହାଇ ବ୍ଲଡ଼ ପ୍ରେସର ରୋଗୀମାନେ ଯେବେ ଅଧିକ ଲୁଣ ଖାଆନ୍ତି, ରକ୍ତରେ ଲୁଣ ଏବଂ ଜଳର ପରିମାଣ ବଢିଯାଇଥାଏ ଏବଂ ଧମନୀ ଉପରେ ଚାପ ବଢାଇଥାଏ | ଫଳରେ ହାର୍ଟ ଆଟାକ ଆଶଙ୍କା ବୃଦ୍ଧି ପାଏ |
ତେଣୁ ଚିକିତ୍ସକ ମତରେ ସର୍ବଦା ଲୁଣ ଅଧିକ ଖାଇବା ଉଚିତ ନୁହେଁ | ଶରୀର ପାଇଁ ଜେଟୀକ ଆବଶ୍ୟକ ସେତିକ ଖାଇବା ଉଚିତ |
Comments are closed.