ନୂଆଗାଁ ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଯୋଗଦେଲେ ପୁଷ୍ପଲତା ବେହେରା
ନୂଆଗାଁ( ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ଥାନାରେ ନୂତନ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ଯୋଗ ଦେଇଛନ୍ତି।ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ ସବ୍ ଇନିସ୍ ପେକ୍ଟର ଭାବେ କାର୍ଯ୍ୟ କରିଥିଲେ।ନୂଆଗାଁ ଥାନା ରେ ଯୋଗ ଦେବାପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା,ପୁଲିସ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ବଜାୟ ରଖିବା,ଅପରାଧ ଦୂରୀକରଣ ଆଦି ଉପରେ ଗୁରୁତ୍ବ ଦେବେ ବୋଲି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରିଣୀ କହିଛନ୍ତି।ପୂର୍ବତନ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ଠାରୁ ନୂତନ ଥାନା ଅଧିକାରିଣୀ ଦାୟିତ୍ଵ ଗ୍ରହଣ କରିଛନ୍ତି ।
Comments are closed.