କର୍ତ୍ତବ୍ୟରେ ଅବହେଳା, IIC ସସ୍‌ପେଣ୍ଡ

କଟକ : କଟକ କିଶନନଗର IIC ସସ୍‌ପେଣ୍ଡ। କିଶନନଗର ଥାନା IIC ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ IIC ନିଲମ୍ବିତ ହୋଇଛନ୍ତି ।

ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ନିୟନ୍ତ୍ରଣରେ ରହିବେ ସସ୍ମିତା । ଏପ୍ରିଲ ୨୩ ତାରିଖରେ କିଶନନଗର ଥାନା ସମ୍ମୁଖରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିଥିଲେ ଇଶାଣିବରମପୁର ଗାଁର ଗୁଣନିଧି ବିଶୋଇ । ଜମିବାଡି ବିବାଦ ସମାଧାନ ପାଇଁ ଥାନାକୁ ଯାଇଥିଲେ । ସମସ୍ୟାର ସମାଧାନ ନହେବାରୁ ନିଜ ଦେହରେ କିରାସିନ ଢାଳି ଆତ୍ମହତ୍ୟା କରିଥିଲେ ।

Comments are closed.