ରାଜଧାନୀରେ ବିଜୁଳି, ଘଡ଼ଘଡ଼ି ସହ ମୂଷଳଧାରାରେ ବର୍ଷା
ଭୁବନେଶ୍ୱର : ରାଜଧାନୀରେ ପ୍ରବଳ ବର୍ଷା। ସକାଳୁ ପାଗ ଖରାଟିଆ ଥିଲା। ମଧ୍ୟାହ୍ନରେ ଆକାଶ ମେଘାଚ୍ଛନ ହେବା ସହ ମାଡ଼ି ଆସିଥିଲା ବର୍ଷା। କିଛି ସମୟ ପରେ ବିଜୁଳି ଓ ଘଡ଼ଘଡ଼ି ସହ ମୂଷଳଧାରରେ ବର୍ଷା ହୋଇଥିଲା। ପ୍ରବଳ ବର୍ଷାରେ ହଠାତ ରାଜଧାନୀରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।
ମୌସୁମୀର ଆଗମନ ପରେ ଗତ ଦୁଇ ତିନି ଦିନ ଧରି ସଂଧ୍ୟାରେ ସାମାନ୍ୟ ବର୍ଷା ହେଉଥିଲା। ଆଜି କିନ୍ତୁ ମଧ୍ୟାହ୍ନରୁ ପ୍ରବଳ ବର୍ଷା ଲାଗି ରହିଛି। ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳିଛି। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
Comments are closed.