ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଶିଶୁଙ୍କ ସମେତ ୫ ମୃତ

ମାଲକାନଗିରି : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପୁଣି ନେଲା ଜୀବନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମରାଜୁ ଜିଲ୍ଲାର ଏଡୁଗୁରାଲପଲ୍ଲୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ।

ସଂଗୀତା ଟ୍ରାଭଲ ନାମକ ବସ୍ ଭବାନୀପାଟଣା ରୁ ବିଜୱାଡାକୁ ଯିବାବେଳେ ଭାରସାମ୍ଯ ହରାଇ ହଠାତ୍ ଓଲଟି ପଡିଥିଲା । ଯାହାଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ଭିତରେ ଦୁଇ ଶିଶୁ ଥିବା ଜଣାପଡିଛି । ତେବେ ଅନ୍ଯ ୫ ଗୁରୁତର ଆହତ ହୋଇଥିବାବେଳେ,  ସେମାନଙ୍କୁ ଭଦ୍ରାଞ୍ଚଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.