ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପା-ପୁଅ ମୃତ
ବେଗୁନିଆ : ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ବୋଲଗଡ ଅଞ୍ଚଳର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ ଦାଶରଥି ଏକ ବୁଲେଟରେ ଖୋର୍ଦ୍ଧା ଆଡେ ଯାଉଥିବା ବେଳେ ଟିକାତାଳ ନିକଟରେ ସମ୍ମୁଖ ପଟୁ ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା ।
ତେବେ ଘଟଣାସ୍ଥଳରେ ମଧୁସୁଦନଙ୍କର ମୃତ୍ଯୁ ଘଟିଥିବା ବେଳେ, ପୁଅ ଦାଶରଥିଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ନିଆଯାଉଥିବା ବାଟରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆ ପୋଲିସ୍ ପହଁଚି ଗାଡି ଦୁଇଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ।
Comments are closed.