ପୋଲିସ ଗୁଳିରେ ୭ ମାଓବାଦୀ ମୃତ, ମାଓସାମଗ୍ରୀ ଜବତ
0ଆଜି ସକାଳ ସାଢେ ୬ଟା ସମୟରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡା- ବିଜାପୁର ମଧ୍ୟବର୍ତ୍ତୀ ଗାଙ୍ଗଲୁର ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ଥିବାର ଜଣାପଡିଛି । ଏହା ସହ ବିପୁଳ ପରିମାଣର ମାଓସାମଗ୍ରୀ ଯଥା- ୨ଟି ଇନସାସ ରାଇଫଲ, ୨ଟି ୩୦୩ ରାଇଫଲ, ଗୋଟିଏ ୧୨ ବୋର ରାଇଫଲ, ବିପୁଳ ବୋମା ଓ ବୋମା ସାମଗ୍ରୀ ଆଦି ଜବତ କରାଯାଇଛି ।
Comments are closed.