୧ବର୍ଷର ପୁଅକୁ ମଦ ପିଆଇ ଗିରଫ ହେଲା ପିତା

ନିଜର ପିଲାଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରିବା ପାଇଁ ସବୁ ପିତାମାତା ଚାହାଁନ୍ତି । ପରନ୍ତୁ ଶ୍ରୀଲଙ୍ଗାର କଲମ୍ବୋ ସହରରେ ଏପରି ଜଣେ ପିତା ନିଜ ଜନ୍ମିତ ୧ ବର୍ଷର ପୁତ୍ରକୁ ମଦ ପିଆଇବା ସହ ଫଟୋକୁ ସୋସିଆଲ ମିଡିଆରେ ଛାଡି ପିତା ଶବ୍ଦକୁ କଳଙ୍କିତ କରିଛି । ଫଳରେ ଶ୍ରୀଲଙ୍କା ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିବା ସହିତ ଏଥିରେ ସଂପୃ୍କ୍ତ ଥିବା ଅନ୍ୟ ୩ ଜଣକୁ ଗିରଫ କରିଛି । ପୋଲିସଙ୍କ କହିବା ଅନୁସାରେ, ଛୋଟ ପିଲାଙ୍କୁ ମଦ ପିଆଇବା କାନୁନ୍ ଆଗରେ ଅପରାଧ ଅଟେ । ଏନେଇ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.