ଗ୍ୟାସ୍ ଲିକ୍ ମାମଲା: ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ

ରାଉରକେଲା,୬ ।୧: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଚାଲିଯାଇଛି ୪ ଜୀବନ । ଏହି ମାମଲାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ ଜଣ ଡିଜିଏମଙ୍କୁ ନିଲମ୍ବନ କରାଯାଇଛି । ୨ ଜଣ ଡିଜିଏମଙ୍କୁ ନିଲମ୍ବିତ କରିଛନ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସିଇଓ ।
ତେବେ କାର୍ଯ୍ୟରେ ଅବହେଳା ପାଇଁ ୨ ଅଧିକାରୀଙ୍କୁୁ ନିଲମ୍ବନ କରାଯାଇଛି । ଇଏମଡି ବିଭାଗର ଗୋପବନ୍ଧୁ ବାରିକ୍ ସମେତ ସିସିଡି ମେକାନିକାଲର ନବେନ୍ଦୁ ଦାଶଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି । ଏହା ସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଏନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଞ୍ଚାର ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.