ମୋବାଇଲ ନମ୍ବର ୧୦ ଅଙ୍କରୁ ୧୩ ଅଙ୍କକୁ ବୃଦ୍ଧି

ମୋବାଇଲ ଗ୍ରହୀତାଙ୍କ ପାଇଁ ଫୋନ ନମ୍ବର ମନେରଖିବାରେ ଏବେ ଆଉଟିକେ କଷ୍ଟ ସହିବାକୁ ପଡିବ । କାରଣ ୧୦ଅଙ୍କ ଫୋନ ନମ୍ବର ବଦଳରେ ହେବାକୁ ଯାଉଛି ୧୩ଅଙ୍କର ନମ୍ବର ବିିଶିଷ୍ଟ । ଏଭଳି ନିଷ୍ପତ୍ତି ଦୂରସଞ୍ଚାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ନୂଆ ସିମ କାର୍ଡର ମୋବାଇଲ ସଫ୍ଟୱେରରେ ଅପଡେଟ ପାଇଁ ଅଧିକ ନମ୍ବର ଆବଶ୍ୟକ ପଡିପାରେ । ତେଣୁ ପୂର୍ବରୁ ଥିବା ୧୦ଟି ଅଙ୍କ ପରିବର୍ତ୍ତେ ଆଉ ୩ଟି ଅଙ୍କ ଆଗପଟେ କି ପଛପଟେ ଯୋଡା ଯିବ ସେନେଇ ଆଲୋଚନା ଜାରି ରହିଛି । ସୂଚନା ଅନୁଯାୟୀ ପୂର୍ବରୁ ୨୦୦୨ରେ ଫୋନ ନମ୍ବର ସିରିଜ ଶେଷ ହେବା ଯୋଗୁ ପ୍ରତି ନମ୍ବର ପୂର୍ବରୁ ୨ ଯୋଡିବାକୁ ଦୂରସଞ୍ଚାର ବିଭାଗ ନିଷ୍ପତ୍ତି ଗ୍ରହଣ କରିଥିଲା । ଏହାଦ୍ୱାରା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କଲିକତା ଆଦି ମେଟ୍ରୋ ସହରର ଟେଲିଫୋନ ନମ୍ବରରେ ଅଙ୍କ ସଂଖ୍ୟା ୭ରୁ ୮ ବୃଦ୍ଧି ପାଇଥିଲା ।

Comments are closed.