ନୟାଗଡ ଜିଲ୍ଲା ଦଶପଲ୍ଲା ପ୍ରେସ କ୍ଲବ ୧୦ ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୟାଗଡ, ପୁଷ୍ପଲତା ପ୍ରଧାନ : ଦଶପଲ୍ଲା ବ୍ଲକ୍ ପ୍ରେସ୍ କ୍ଲବ ର ୧୦ ମ ବାର୍ଷିକ ଉତ୍ସବ ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ ଦଶପଲ୍ଲାର ସଭାପତି ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୧୦ ମ ବାର୍ଷିକ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ସାମ୍ବାଦିକ ମାନଙ୍କ ଗୁରୁଦାୟିତ୍ଵ, ଉତ୍ସର୍ଗୀକୃତ ଜୀବନୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତତ୍ ସହିତ ମାନବିକ ମୂଲ୍ୟବୋଧ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ,ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ସନ୍ଦୀପ ସାହୁ, ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ବର୍ଷିଆନ ସାମ୍ବାଦିକ ଭାବେ କଣ୍ଟିଲୋ ସମାଜ ସାମ୍ବାଦିକ, ଅସହାୟକୁ ସହାୟତା ପ୍ରଦାନ କରୁଥିବା ମହାବୀର ସଂଗଠନ, ସାତଶହ ରୁ ଉର୍ଦ୍ଧ୍ବ ଶବ ବୋହୁଥିବା ଦୁଆରୀ ମହମ୍ମଦକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପ୍ରେସ କ୍ଲବ ଦଶପଲ୍ଲାର ସମ୍ପାଦକ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Comments are closed.