ବରଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ଜିଲ୍ଲା ସଦର ମହକୁମା ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବରଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହ ବର ଗଛରେ ବେକରେ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଝିଅଟିର ମୁଣ୍ଡରେ ସିନ୍ଦୁର ଲାଗିଥିବାରୁ ଉଭୟ ପ୍ରେମୀ ଯୁଗଳ ବୋଲି ଅନୁମାନ କରାଯାଉଛି।ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକ ଯୁବତୀ ସ୍ଥାନୀୟ ଅଞ୍ଚଳର ସରିତା ସରକାର ଓ ଯୁବକ ଏମ୍ଭି 9 ଗାଁର ଭିକି ସିକଦାର ବୋଲି ଜଣାପଡିଛି । ଉଭୟ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମନ୍ଦିରରେ ପ୍ରେମ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ପହଁଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.