ମୁଣ୍ଡା ଗାଁ ଠାରୁ ଏକ ମୁତ ହରିଣର ଦେହ ଉଦ୍ଧାର।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର କୂଳିପୋସ ରେଞ୍ଚ ଅନ୍ତର୍ଗତ ମୁଣ୍ଡା ଗାଁ ଠାରେ ଆଜି ଏକ ମୁତ ହରିଣ ଦେହ ଉଦ୍ଧାର କରି ବ୍ୟବଛେଦ ପରେ ତାକୁ ମାଟି ତଳେ ପୋତା ଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳୁ କୁଳିପୋସ ରେଞ୍ଚ ଅନ୍ତର୍ଗତ ମୁଣ୍ଡା ଗାଁ ଠାରେ ଥିବା ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ମୁଣ୍ଡା ଗାଁ ଆଡକୁ ପଲାଇ ଆସିଥିବା ବେଳେ କୁକୁର ମାନେ ହରିଣ କୁ ଦଉଡାଇ ବାରୁ ହରିଣ ଟି ଭୟଭୀତ ହୋଇ ଭବାନୀ ଶଙ୍କର ମହାନ୍ତ ଙ୍କ ବାଡି ପଛପଟକୁ ଡେଇଁ ପଳାଇ ଆସିବା ପରେ ହରିଣଟି ଅଚେତ ହୋଇ ପଡିଯାଇ ଥିଲା। ଗ୍ରାମର ଲୋକମାନେ ଦେଖି ପ୍ରଥମେ କୂଳିପୋସ ରେଞ୍ଜର ଅଧିକାରୀ ମହେନ୍ଦ୍ର ନାଥଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ବଣାଇ ବନଖଣ୍ଡ ACF ଜେ, ପି, ସିଂ ମଧ୍ଯ ଉପସ୍ଥିତ ରହି ମୂତ ହରିଣର ଶରୀର ଉଦ୍ଧାର କରି କୁଳିପୋସ ରେଞ୍ଚ ଅଫିସକୁ ଆଣି ଥିଲେ। ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତର ସୁଧାକର ବେହେରା କୁଲିପୋସ ରେଞ୍ଚ ଅଫିସକୁ ଆସି ମୂତ ହରିଣର ଶରିରକୁ ବ୍ୟବଛେଦ ପରେ ମାଟିତଳେ ପୋତି ଦେଆ ଯାଇଥିବାର ସୂଚନା ମିଳିଛି।

Comments are closed.