ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ୧୫ ଡିଗ୍ରି ତଳେ ୧୯ ସହରର ତାପମାତ୍ରା ଥିବା ଜଣାଯାଇଛି। ୭. ୪ ଡିଗ୍ରୀ ସହ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ ୧୩.୭, କେଉଁଝରରେ ୧୩, ମାଲକାନଗିରିରେ ୧୪.୯ ଓ ଅନୁଗୁଳରେ ୧୧ ଡିଗ୍ରି ରେକର୍ଡ କରାଯାଇଛି।

Comments are closed.