ମାଲଦ୍ଵୀପ ହାଇ କମିଶନରଙ୍କୁ ନୋଟିସ ପଠାଇଲା ଭାରତ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଲଦ୍ୱୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ ବିମାନ ଏବଂ ହୋଟେଲ ବୁକିଂ ବାତିଲ କରିଦେଇଥିଲେ ଏବଂ ବର୍ତ୍ତମାନ ଭାରତ ସରକାର ଏବେ ମାଲଦ୍ୱୀପର ହାଇ କମିଶନରଙ୍କୁ ସମନ କରିଛନ୍ତି।

ମାଲଦ୍ୱୀପର ମହିଳା ମନ୍ତ୍ରୀ ମରିୟମ ଶିଆନା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରଙ୍କ ସହ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ମାଲେ ରେ ଭାରତୀୟ ଉଚ୍ଚ କମିଶନର ମନ୍ତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ। ଭାରତର ଆପତ୍ତି ପରେ ମାଲଦ୍ୱୀପ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ସେମାନଙ୍କର ବ୍ୟକ୍ତିଗତ ମତ। ମନ୍ତ୍ରୀଙ୍କ ମନ୍ତବ୍ୟ ମାଲଦ୍ୱୀପ ସରକାରଙ୍କ ମତକୁ ସମର୍ଥନ କରୁନାହିଁ।

Comments are closed.