ଏଥର ୫ ଏମପି ପାଇବେ ସଂସଦ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଲୋକ ସଭାର ୫ ଏମ୍‌ପିଙ୍କୁ ଚୟନ କରାଯାଇଛି। ଭାଜପା ଏମ୍‌ପି ସୁକାନ୍ତ ମଜୁମଦାର, ସୁଧୀର ଗୁପ୍ତା, ଶିବସେନାର ଶ୍ରୀକାନ୍ତ ଏକନାଥ ଶିନ୍ଦେ, ଏନ୍‌ସିପିର ଅମୋଲ ରାମସିଂ କୋଲ୍‌ହେ ଏବଂ କଂଗ୍ରେସ ଏମ୍‌ପି କୁଲଦୀପ ରାୟ ଶର୍ମା ଏହି ପୁରସ୍କାର ପାଇବାକୁ ଯାଉଥିବା ଆୟୋଜକମାନେ ଘୋଷଣା କରିଛନ୍ତି। ଫେବୃୟାରୀ ୧୭ରେ ଦିଲ୍ଲୀରେ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଏମ୍‌ପିମାନଙ୍କ ପ୍ରଦର୍ଶନକୁ ଆଧାର କରି ଶ୍ରେଷ୍ଠ ଏମ୍‌ପିଙ୍କୁ ପ୍ରତିବର୍ଷ ସଂସଦରତ୍ନ ପୁରସ୍କାରରେ ସମ୍ମାନିିତ କରାଯାଇଥାଏ। ସଂସଦ ମହାରତ୍ନ ପୁରସ୍କାର ୫ ବର୍ଷରେ ଥରେ ପ୍ରଦାନ କରାଯାଇଥାଏ।

Comments are closed.