ହମାସକୁ ଆତଙ୍କବାଦୀ ଘୋଷଣା କରିବା ଘଟଣାରେ ମୁହଁ ଖୋଲିଲେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ

ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ। ସେ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ଉପରେ କୌଣସି କାଗଜରେ ଦସ୍ତଖତ କରିନାହାଁନ୍ତି ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଲେଖୀଙ୍କ ଏକ ଦସ୍ତଖତ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ସେ ମୁହଁ ଖୋଲିଛନ୍ତି।

ସୋଶାଲ ମିଡିଆ ପୋଷ୍ଟର ପ୍ରତିକ୍ରିୟା ରଖି ଲେଖୀ କହିଛନ୍ତି, “ଆପଣଙ୍କୁ ଭୁଲ ସୂଚନା ଦିଆଯାଇଛି। ମୁଁ ଏହି ପ୍ରସଙ୍ଗ ସହ ଜଡିତ କୌଣସି କାଗଜରେ ଦସ୍ତଖତ କରି ନାହିଁ।” କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଲେଖୀଙ୍କୁ ସମର୍ଥନ କରି ଏହା ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇଛି।

ସେହିପରି କଂଗ୍ରେସ ସାଂସଦ କମ୍ବକୁଡି ସୁଧାକରଣ ହମାସକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିବାରେ ଭାରତ ସରକାର କୌଣସି ପ୍ରସ୍ତାବ ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏପରି କିଛି ଦାବି କରାଯାଉଥିଲା କି ବୋଲି ସେ ପଚାରିଛନ୍ତି।

Comments are closed.