ପୁଣି ବିଶ୍ୱନେତା ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା । ଆମେରିକାର କନସଲଟାନ୍ସି ଫର୍ମ ‘ମର୍ଣ୍ଣିଂ କନସଲ୍ଟ’ର ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେରେ ମୋଦୀଙ୍କୁ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଓବ୍ରାଡର୍ । ସେ ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଦୁନିଆର ଦ୍ୱିତୀୟ ଲୋକପ୍ରିୟ ନେତା ହୋଇଛନ୍ତି ।

ଏହା ପରେ ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ ୫୮ ପ୍ରତିଶତ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ୪୯ ପ୍ରତିଶତ ରେଟିଂ ପାଇଛନ୍ତି । ଅଷ୍ଟ୍ରେଲିଆର ଆନ୍ଥୋନୀ ଅଲବାନିଜ୍ ତାଲିକାର ପଂଚମ ସ୍ଥାନରେ ରହିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୩୭ ପ୍ରତିଶତ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ୨୫ ପ୍ରତିଶତ ରେଟିଂ ପାଇଛନ୍ତି । ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାର ଶୀର୍ଷରେ ରହିଆସିଛନ୍ତି । ବିଶ୍ୱର ୨୨ ଜଣ ନେତାଙ୍କ ଉପରେ କରାଯାଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୨୦୨୩ ମସିହା ସେପ୍ଟେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ହୋଇଥିବା ତଥ୍ୟ ଅନୁସାରେ, ଏହି ତାଲିକାରେ ମାତ୍ର ୧୮ ପ୍ରତିଶତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡିସଆପ୍ରୁଭାଲ ବା ନାପସନ୍ଦ କରିଛନ୍ତି ।

Comments are closed.