ବଞ୍ଚିଥିବା ପର୍ଯ୍ୟନ୍ତ ଯାଏ AIMIM ଲୋକଙ୍କ ଆଗରେ ଶପଥ ଗ୍ରହଣ କରିବି ନାହିଁ, ବିଜେପି ବିଧାୟକ

ଶପଥ ନେବେନି ତେଲଙ୍ଗାନାର ନବ ନିର୍ବାଚିତ ବିଜେପି ବିଧାୟକ ଟି ରାଜା ସିଂହ। ସେ ଶପଥ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଯଦି AIMIMର ଅକବରଉଦ୍ଦିନ କାମଚଳା ବାଚସ୍ପତି ରୁହନ୍ତି ତେବେ ସେ ବିଧାୟକ ଭାବେ ଶପଥ ନେବେ ନାହିଁ ବୋଲି ମନା କରିଦେଇଛନ୍ତି। ଏଥିସହ ତାଙ୍କ ଦଳର ଅନ୍ୟ କୌଣସି ନିର୍ବାଚିତ ବିଧାୟକ ମଧ୍ୟ ଶପଥ ନେବେ ନାହିଁ ବୋଲି କହିଛନ୍ତି।

ଏକ ଭିଡିଓ ବାର୍ତ୍ତା ଜାରି କରି ଟି ରାଜା କହିଛନ୍ତି, “ଅତୀତରେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ବ୍ୟକ୍ତି (ଅକବରଉଦ୍ଦିନ ଓୱେସି)ଙ୍କ ସାମ୍ନାରେ ମୁଁ ଶପଥ ନେଇ ପାରିବି କି? ବଞ୍ଚିଥିବା ଯାଏଁ AIMIM ନେତାଙ୍କ ସାମ୍ମୁଖରେ ଶପଥ ନେବି ନାହିଁ। ପୂର୍ଣ୍ଣକାଳୀନ ବାଚସ୍ପତି ନିଯୁକ୍ତ ହେବା ପରେ ହିଁ ଶପଥ ନେବି।”

ପ୍ରକାଶ ଥାଉ କି, 2018ରେ ମଧ୍ୟ ଟି ରାଜା ଶପଥ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେତେବେଳେ ମଧ୍ୟ ନିଯୁକ୍ତ କାମଚଳା ବାଚସ୍ପତି AIMIM ର ଥିଲେ। ସେଥିପାଇଁ 2018ରେ ଶପଥ ନେବାକୁ ମନା କରିଥିଲେ ଟି ରାଜା।

Comments are closed.