ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସ୍କୁଲ ଛୁଟି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ଘନୀଭୂତ ହୋଇଛି । ଲଘୁଚାପ କାରଣରୁ ଉପକୂଳ ଓ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ଦେଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ୮ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଆଜି ବର୍ଷା ପାଇଁ ଛୁଟି ଘୋଷଣା ହୋଇଛି । ସେହି ୮ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ଢେଙ୍କାନାଳ, କଟକ, ପୁରୀ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା । କିନ୍ତୁ ସ୍କୁଲ ଛୁଟି ହେବା ପରେ ମଧ୍ୟ ସ୍କୁଲକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଆସିବେ ବୋଲି ଜଣାପଡ଼ିଛି ।
ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ହେଉଛି । ଘଡଘଡି ସହ ପ୍ରବଳ ବର୍ଷା ନେଇ ୨୦ଟି ଜିଲ୍ଲାକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ରାୟଗଡା,କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ପୁରୀ, ଖୋର୍ଦ୍ଦା, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର ବର୍ଷା ଅଧିକ ବର୍ଷାର ସମ୍ଭାବନା ରହିଛି ।
Comments are closed.