ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ବୀରମିତ୍ରପୁର ଥାନାରେ ଉତ୍ତେଜନା
ରାଉରକେଲା, ସୁବ୍ରତ ଜେନା : ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ଉତେଜନା । ସୂଚାନୁସାରେ ବୀରମିତ୍ରପୁର ପୁଲିସ ଦ୍ୱାରା ସିମଡେଗାରୁ ଗିରଫ ହୋଇଥିବା 26 ବର୍ଷୀୟ ତାରିକ ସଲିମଙ୍କ ମୃତ୍ୟୁକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ କୌଣସି ଏକ ମାମଲାରେ ତାରିକଙ୍କୁ ସିମଡେଗାରୁ ଗିରଫ କରିଥିଲା । ଅନ୍ୟପଟେ ତାଙ୍କ ଭାଇ ସାକିଲ ସଲିମଙ୍କୁ ବେଦବ୍ୟାସରୁ ଓ ମାମୁ ମହମ୍ମଦ ସକିଲଙ୍କୁ ବୀରମିତ୍ରପୁରରୁ ଉଠାଇଥିଲା ପୋଲିସ । ତେବେ ତାରିକ ଅସୁସ୍ଥ ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତମାନ ଏହି ମୃତ୍ୟୁକୁ ନେଇ ବୀରମିତ୍ରପୁର ଥାନାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ତାଙ୍କୁ ହାଜତରେ ମାରିଦେଇଥିବା ଅଭିଯୋଗ କରିଛନ୍ତି ଲୋକେ । ଖବର ପାଇ ସୁନ୍ଦରଗଡ଼ ଏସପି ସାଗରୀକା ନାଥ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର ଉପଯୁକ୍ତ ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।
Comments are closed.