ଡକାୟତି ଘଟଣାର ପର୍ଦାଫାଶ କଲା ସମ୍ବଲପୁର ପୋଲିସ

ସମ୍ବଲପୁର, ତୁସବନ୍ତ ଯୋଶୀ : କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍ଗକୁ ଯାଉଥିବା ଟଙ୍କାକୁ ଡକାୟତି ହୋଇଥିଲା । ଗତ ୯ ତାରିଖ ଘଟିଥିବା ଏହି ଡକାୟତି ଘଟଣାରେ ସମ୍ବଲପୁର ପୋଲିସ ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ କରିଥିବା ସମ୍ବଲପୁର ଏସପି କନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ବିଳନିରେ ସୁଚନା ଦେଇଛନ୍ତି । ଏମାନଙ୍କ ଠାରୁ ନଗତ ୧୦ ଲକ୍ଷ ଟଙ୍ଗା ଓ ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବଦ ହୋଇଥିବା ସୁଚନା ଦିଆଯାଇଛି । ଏହା ସହ ଡକାୟତିରେ ବ୍ୟବହାର ହୋଇଥିବା ଭୁଜାଲି ଜବତ ହୋଇଛି । ଡକାୟତି କରିଥିବା ଅଭିଯୁକ୍ତ ମାନେ ସୁନ୍ଦରଗଡ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାର ବୋଲି ପୋଲିସ ସୁଚନା ଦେଇଛି । ଡକାୟତ ମାନଙ୍କ ଠାରୁ ପୋଲିସ ୫ ଟି ବାଇକ ସହ ଗୋଟିଏ କାର ଜବତ କରିଛି । ଏଠାରେ ସୁଚନା ଯୋଗ୍ୟଯେ ଗତ ୯ ତାରିଖ ଦିନ ତିନୋଟି ବାଇକରେ ୬ ଜଣ ଲୁଟେରା ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କକୁ ଯାଉଥିବା ଗାଡିରୁ ୩୫ଲକ୍ଷ୍ ୪୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଡକାୟତମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଡାଉ ଯାରି ରହିଥିଲା । ତେବେ ପୋଲିସ ଗିରଫ ଡକାୟତ ମାନଙ୍କୁ ଆଜି କୋଟଚାଳାଣ କରିଥିବା ବେଳେ ଡକାୟତ ମାନଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବ ବୋଲି ଏସପି ସୁଚନା ଦେଇଛନ୍ତି ।

Comments are closed.