ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର,୧୫ ।୧: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନ ପରେ ଆରମ୍ଭ ହେବ ଟିକାକରଣ । ଏହି ଅବସରରେ କୋ-ୱିନ ଆପକୁ ମଧ୍ୟ ଲୋକାର୍ପିତ କରିବେ । ଟିକାକରଣ ଶୁଭାରମ୍ଭ କରିବା ପରେ ମୋଦି ଅନଲାଇନରେ କିଛି ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଓଡ଼ିଶାରେ ମୋଟ୍ ୧୬୧ଟି କେନ୍ଦ୍ରରେ ଟିକାକରଣ ହେବ । ସବୁ କେନ୍ଦ୍ରରେ ପ୍ରତୀକ୍ଷା ଗୃହ, ଅବଜରଭେସନ ରୁମ କରାଯାଇଛି । କେନ୍ଦ୍ରରେ ଯେଉଁ ୫ ଜଣିଆ ଟିମ୍ ରହିବେ ତାଙ୍କର ଟ୍ରେନିଂ ମଧ୍ୟ ସରିଛି ।

ତେବେ ଗର୍ଭବତୀ ଓ ୧୮ ବର୍ଷରୁ କମଙ୍କୁ ଟିକା ଦିଆଯିବ ନାହିଁ । ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିଲେ ଏହି ଟିକା ଦିଆଯିବ ନାହିଁ । କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୮ ସପ୍ତାହ ପରେ ଟିକା ଦିଆଯିବ । ଏନେଇ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତିି ।

Comments are closed.