ଅଭିନେତା ରାଜୀବ କପୁରଙ୍କ ପରଲୋକ, ‘ରାମ ତେରୀ ଗଙ୍ଗା ମୈଲୀ’ରୁ ମିଳିଥିଲା ପରିଚୟ

ନୂଆଦିଲ୍ଲୀ,୯ ।୨: ବଲିଉଡ ଜଗତରେ ପୁଣି ଖେଳିଯାଇଛି ଦୁଃଖ । ବଲିଉଡ ଅଭିନେତା ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ଆଜି ପରଲୋକ ଘଟିଛି । ୫୮ ବର୍ଷୀୟ ରାଜୀବଙ୍କୁ ହୃଦଘାତ ହେବା କାରଣରୁ ମୃତ୍ୟୁ ଘଟିଛି । ସକାଳେ ହୃତଘାତ ହେବାରୁ ରଣଧୀର ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ । କିନ୍ତୁ ମେଡିକାଲରେ ପହଞ୍ଚିବା ପରେ ଡାକ୍ତମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

‘ରାମ ତେରୀ ଗଙ୍ଗା ମୈଲୀ’ ଭଳି ଅନେକ ଫିଲ୍ମ କାମ କରିଥିଲେ ରାଜୀବ । ଋଷି କପୁରଙ୍କ ପତ୍ନୀ ନୀତୁ କପୁର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ।

ରାନ୍ଧୀର କପୁର ଏହି ଦୁଃଖଦ ଖବରକୁ ନିଶ୍ଚିତ କରି କହିଛନ୍ତି, ‘ମୁଁ ମୋର ସାନ ଭାଇ ରାଜୀବଙ୍କୁ ହରାଇଛି । ସେ ଆଉ ଏହି ଦୁନିଆରେ ନାହାଁନ୍ତି । ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ ।’

ତେବେ ରାଜୀବ କପୁର ହିନ୍ଦୀ ସିନେମା ଜଗତରେ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ‘ଏକ ଜାନ୍ ହୈ’ ଫିଲ୍ମରେ ଡେବ୍ୟୁ କରି ୧୯୮୫ରେ ରିଲିଜ ହୋଇଥିବା ‘ରାମ ତେରୀ ଗଙ୍ଗା ମୈଲୀ’ରେ ରାଜୀବ ଲିଡ ରୋଲରେ ଅଭିନୟ କରିଥିଲେ । ବଲିଉଡର ବହୁ କଳାକାର ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

Comments are closed.