୧୫ରେ କଂଗ୍ରେସର ଓଡିଶା ବନ୍ଦ

ଭୁବନେଶ୍ୱର,୯ ।୨: ତୈଳ ଦର ବୃଦ୍ଧି ପ୍ରତିବାଦରେ ଚଳିତ ମାସ ୧୫ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ୧୫ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡିଶା ବନ୍ଦ ରହିବ । ଓଡିଶା ବନ୍ଦ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଓଡିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବା ଆଶା ରହିଛି ବୋଲି ପିସିସି ସଭାପତି କହିଛନ୍ତି । ତୈଳ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ସମଗ୍ର ଦେଶରେ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ପାଖାପାଖି ଛୁଇଁଲାଣି। ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ଦିନକୁ ଦିନ ବୃଦ୍ଧି ପାଇ ୮୬.୯୬ ଟଙ୍କାରେ ପହଞ୍ଚିଛି। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Comments are closed.