ମାନହାନି ମାମଲାରେ କୋର୍ଟରେ ହାଜର ହେଲେ ରାହୁଲ
ନୂଆଦିଲ୍ଲୀ: ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାରେ ସେ ଆଜି ଗୁଜୁରାଟର ସୁରତ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟ ହାଜରରୁ ରାହୁଲଙ୍କ ଛାଡ ଆବେଦନକୁ କିଛି ଦିନ ଘୁଞ୍ଚାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ରେ ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।
ତେବେ ଚଳିତ ଲୋକସଭା ନିର୍ବାଚନରେ ମୋଦୀ ନାମକ ସମସ୍ତ ବ୍ୟକ୍ତି ଚୋର ବୋଲି କହିଥିଲେ ରାହୁଲ । ରାହୁଲଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟ ପରେ ବିଜେପିର ସ୍ଥାନୀୟ ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ନାମରେ ମାନହାନି ମାମଲା ରୁଜୁ କରିଥିଲେ । କର୍ଣ୍ଣାଟକର କୋଲାରରେ ୧୩ ଏପ୍ରିଲକୁ ହେଉଥିବା ଏକ ନିର୍ବାଚନୀ ସଭାରେ ମୋଦୀ ବିଷୟରେ ବିବାଦୀୟ ବୟାନ ଦେଇଥିଲେ ରାହୁଲ ।
Comments are closed.