ସଲମାନଙ୍କ ଘରେ କ୍ରାଇମବ୍ରାଞ୍ଚର ଚଢାଉ, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡ ଜମତର ଦବଙ୍ଗ ହିରୋ ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିଛି କ୍ରାଇମବ୍ରାଞ୍ଚ । ଚଢାଉ କରି ୨୯ ବର୍ଷ ତଳର ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଗିରଫ କରିଛି ପୋଲିସ । ସେହି ଅପରାଧୀଟି ନାମ ସିଦ୍ଧେଶ୍ଵର ରାଣା ହୋଇଥିବା ବେଳେ ଗତ ୨୦ ବର୍ଷ ହେବ ପୋଲିସ ତାକୁ ଖୋଜୁଥିଲା ।

ତେବେ ସିଦ୍ଧେଶ୍ଵର ସଲମାନଙ୍କ ବଙ୍ଗଳାର କେୟାର ଟେକର ଭାବେ କାମ କରୁଥିଲା । ୬୨ ବର୍ଷିୟା ଏହି ଅପରାଧୀ ସିଦ୍ଧେଶ୍ଵରକୁ ୧୯୯୦ ମସିହାରେ ଏକ ଚୋରି ଅପରାଧରେ ପୋଲିସ ଖୋଜୁଥିଲା । ସିଦ୍ଧେଶ୍ଵର ବିରୋଧରେ ଆଇପିସି ଧାରା ୪୫୨, ୩୯୭ ଓ ୩୯୪ ମାମଲା ରୁଜୁ ହେ ଇଥିବା ବେଳେ ଏହି ମାମଲାରେ ସଲ୍ଲୁ ଭାଇଙ୍କୁ ମଧ୍ୟ ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ ।

Comments are closed.