ବଣ୍ଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ ରୁ ଅଧିକ ଯାତ୍ରୀ ଆହତ

ମାଲକାନଗିରି, ଅପୂର୍ବ ଥଣ୍ଡର : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଆସୁଥିବା ବେଳେ ଗାଡ଼ିର ବ୍ରେକ ଫେଲ ହେଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣ ହେଉଛନ୍ତି ସମା ମାନ୍ଦ୍ରା। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଅବସ୍ଥାରେ ଥିବା ବେଳେ କିଛି ଯାତ୍ରୀଙ୍କ ଗୋଡ ହାତ ଭାଙ୍ଗି ଯାଇଥିବା ସୂଚନା ମିଲିଛି । ଆହତ ମାନଙ୍କୁ ଖାଇରିପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରିରହିଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।