ବାଇକ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ

ସମ୍ବଲପୁର, ତୁସବନ୍ତ ଯୋଶୀ : ବିଳମ୍ବିତ ରାତିରେ ରେଢାଖୋଲ ନାକଟିଦେଉଲ ରାସ୍ତା ନିକଟସ୍ଥ ଡିମିରି କୁଦା ପୋଲରେ ବାଇକ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ନାକଟିଦେଓଲ ପଟୁ ରେଢାଖୋଲକୁ ଫେରିବା ସମୟରେ ରେଢାଖୋଲ ଠାରୁ ୪କିଲୋମିଟର ଦୂରରେ ଥିବା ଡିମିରିକୁଦା ପୋଲରେ ବାଇକଟି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତ୍ୟୁବରଣ କରିଥିବା ଦୁଇ ଜଣ ବ୍ୟକ୍ତି ରେଢାଖୋଲର ଏବଂ ସେମାନଙ୍କ ନାମ ଅଭିଜିତ ପାଣିଗ୍ରାହୀ, ବୟସ ୨୬ ଏବଂ ରାମଚନ୍ଦ୍ର ପ୍ରଧାନ, ବୟସ ୨୫ ହେବ। ଘଟଣା ସ୍ଥଳରେ ରେଡାଖୋଲ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭକରିଥିବା ବେଳେ ମୄତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

Comments are closed.