ଗୁଜରାଟର ୪ ସହରରେ ଲାଗିଲା ନାଇଟ୍ କର୍ଫ୍ୟୁ

ଅହମଦାବାଦ : ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗୁଜରାଟର ୪ଟି ପ୍ରମୁଖ ସହରକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ । ସେହି ୪ଟି ସହର ଯଥା- ଅହମ୍ମାଦାବାଦ, ସୁରତ, ଭଡୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁ ଲାଗିଛନ୍ତି ସରକାର । ରାତି ୧୦ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ହୋଇଛି । ଏହି ୪ଟି ସହରରେ ନାଇଟ କର୍ଫ୍ୟୁ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ ।

ତେବେ ଦେଶରେ ବଢୁଥିବା କରୋନା ମାମଲାକୁ ଦେଖି ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ । ୧୭ ମାର୍ଚ୍ଚରେ ଦିନ ୧୨ଟା ୩୦ରେ ବୈଠକ ବସିବ ।

Comments are closed.