ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି କି ? ଆପଣାନ୍ତୁ ଏହି ଉପଚାର

ଆଜି କାଲି ବୟସ୍କଲୋକ ହେଉ ବା ଯୁବପିଢ଼ି, ସମସ୍ତେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର ଶିକାର ହେଉଛନ୍ତି । ଏହି ଉଚ୍ଚ ରକ୍ତଚାପର କାରଣ ମଧ୍ୟରୁ ସିଗାରେଟ୍, ନିଶାଦ୍ରବ୍ୟ ସେବନ , ମୋଟାପଣ, ନିୟମିତ ଭାବେ ବ୍ୟାୟାମ ନକରିବା, ଅଧିକ ମାତ୍ରାରେ ଲୁଣ ଖାଇବା ଓ ମାନସିକ ଅଶାନ୍ତି ଆଦି ପ୍ରମୁଖ । ଆପଣଙ୍କ ଶରୀରରେ ଥିବା ଧମନୀ ରକ୍ତ ପ୍ରଚଳନ କରିବାରେ ସାହାର୍ଯ୍ୟ କରିଥାଏ, ପରନ୍ତୁ ଯେତେବେଳେ ଧମନୀରେ ରକ୍ତର ଚାପ ବଢିଯାଏ ସେବେ ଆପଣ ଉଚ୍ଚ ରକ୍ତଚାପର ଶିକାର ହୁଅନ୍ତି । ଏଥିରୁ ଉପଚାର ପାଇବା ପାଇଁ କେତେକ ସରଳ ଉପାୟମାନ ରହିଛି , ଯାହାଦ୍ଵାରା ଆପଣ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ।

1  ପଇଡ ପାଣି -ଯେଉଁ ବ୍ୟକ୍ତିଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ସର୍ବଦା ବହୁ ପରିମାଣରେ ପାଣି ପିଇବା ନିତ୍ୟାନ୍ତ ଜରୁରୀ । ପଇଡ ପାଣିରେ ପୋଟାସିୟମ୍, ମାଗ୍ନେସିୟମ୍ ଓ ଭିଟାମିନ-ସି ଆଦି ରହିଥାଏ । ଯାହା ରକ୍ତଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।

2  କଦଳୀ- କଦଳୀରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ସୋଡିୟମର ପ୍ରଭାବକୁ ହ୍ରାସ କରିଥାଏ । ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବାଦ୍ୱାରା ସୁଫଳ ମିଳିଥାଏ । ଯଦି ଆପଣ କଦଳୀ ଖାଇବାକୁ ପସନ୍ଦ କରନ୍ତି ନାହିଁ ତେବେ କିସମିସ୍, କମଳା ଜୁସ୍, ପାଳଙ୍ଗ ଆଦି ଖାଇପାରିବେ ।

3  ଲେମ୍ବୁ – ଉଚ୍ଚ ରକ୍ତଚାପ କାରଣରୁ ଲୋକଙ୍କର ହୃଦ୍ ଘାତ ଜନିତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଲେମ୍ବୁ ରସଦ୍ୱାରା ଏହାକୁ ଏଡାଇ ଯାଇପାରିବ । ଏଥିପାଇଁ ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ୍ ଗରମ ପାଣିରେ ଖଣ୍ଡିଏ ଲେମ୍ବୁ ଚିପୁଡି ତାକୁ ନିୟମିତ ଭାବରେ ଖାଲି ପେଟରେ ପିିିଇବା ଉଚିତ ।

4  ଅଦା- ଖରାପ କୋଲେଷ୍ଟ୍ରଲ୍ ଧମନୀଗୁଡିକର ଦ୍ୱାରଦେଶରେ ଜମାହୋଇ ଯାଇଥାଏ । ଯାହାଦ୍ୱାରା ରକ୍ତ ପ୍ରବାହ ସୂଚାରୁ ରୂପେ ହୋଇପାରି ନଥାଏ । ଯାହାଫଳରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଆମେ ବ୍ୟବହାର କରୁଥିବା ଅଦାରେ କିଛି ଉପକାରୀ ଗୁଣ ରହିଛି ଯେଉଁଥିରେ ଏଭଳି ସମସ୍ୟାକୁ ଦୂର କରାଯାଇପାରିବ । ଅଦାରେ ସାଧାରଣତଃ ପ୍ରତିଶୋଧକ ଶକ୍ତି ଅଧିକ ମାତ୍ରାରେ ରହିଥାଏ । ଯାହା ଖରାପ କୋଲେଷ୍ଟ୍ରଲକୁ କମ୍ କରିଥାଏ । ଏହାର ରସକୁ ପାଣି ସହ ମିଶାଇ ପିଇବାଦ୍ୱାରା ଫାଇଦା ମିଳିଥାଏ ।

5  ରସୁଣ – ରସୁଣରେ କ୍ୟାଲସିୟମ ଏବଂ ଭିଟାମିନ-ସି ଭଳି ପ୍ରତିଶୋଧକ ଶକ୍ତି ରହିଥାଏ । ଏହା ରକ୍ତକୁ ତରଳ କରି ରକ୍ତ ସଂଚାର କରାଇବାରେ ସହାୟକ ହୋଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ପାଖୁଡା ଚୋବେଇ ଖାଇବା ଉଚିତ, ନଚେତ୍ ଆପଣ ଏହାକୁ ଗୋଟିଏ ଗ୍ଲାସ୍ କ୍ଷୀର ସହିତ ମଧ୍ୟ ସେବନ କରିପାରିବେ । ଏହା ଛଡା ପାଣିରେ ୫-୬ଟି ରସୁଣ ରସର ବୁନ୍ଦା ପକାଇ ପିଇବାଦ୍ୱାରା ଉପଚାର ମିଳିଥାଏ ।