ବଲିଉଡ ଅଭିନେତା ରଣବୀର କପୁରଙ୍କୁ କରୋନା

ମୁମ୍ବଇ: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇ ପଡିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ବଲିଉଡ ଅଭିନେତା ରଣବୀର କପୁର କରୋନାରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏବେ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛିି । ଏନେଇ ତାଙ୍କ ମାଆ ଅଭିନେତ୍ରୀ ନୀତୁ ସିଂ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।

ନୀତୁ ଇନଷ୍ଟାଗ୍ରାରଣବୀରଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ଆପଣମାନଙ୍କ ଚିନ୍ତା ଓ ଶୁଭକାମନା ପାଇଁ ଆମେ କୃତଜ୍ଞ ଏବଂ ସମସ୍ତଙ୍କୁ ବହୁତ ଧନ୍ୟବାଦ । ରଣବୀରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ପଜିଟିଭ୍ ହେବା ପରେ ରଣବୀର ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ଓ ସବୁ ଗାଇଡଲାଇନ୍ ମାନୁଛନ୍ତି ।’

ତେବେ ଗତ ବର୍ଷ ଡିସେମ୍ବରରେ ରଣବୀରଙ୍କ ମାଆ ନୀତୁ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ଶୁଟିଂ ସମୟରେ ସେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

Comments are closed.