ଚୁଇଙ୍ଗମ୍ ଖାଉଥିଲେ ସାବଧାନ !

ଅଫିସଲାଜ କାମ କରିବା ସମୟରେ ହେଉ ବା ପଢିବା ସମୟରେ, କିଛି ଲୋକ ପାଟିରେ କିଛି ନା କିଛି ଚୋବାଇବାକୁ ପସନ୍ଦ କରନ୍ତି । ଯଦି ଆପଣମାନେ ଚୁଇଙ୍ଗମ, ବ୍ରେଡ୍, ଚକୋଲେଟ ଆଦି ଖାଉଥାନ୍ତି, ତେବେ ଆଜିଠୁ ସାବଧାନ ହୋଇଯାଆନ୍ତୁ । ଚୁଇଙ୍ଗମ୍ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ । ତେବେ ଚୁଇଙ୍ଗମରେ ଅନେକ ପ୍ରକାରର ସାଇଡ ଇଫେକ୍ଟ ରହିଛି, ଯାହାକି ଆମ ଶରୀରର ବହୁତ କ୍ଷତି ପହଞ୍ଚାଇଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଆସନ୍ତୁ ଜାଣିବା ଚୁଇଙ୍ଗମ ଖାଇବା ଦ୍ୱାରା ଆମର କ’ଣ ସବୁ କ୍ଷତି ଘଟିଥାଏ:-

– ବିଶେଷ କରି ଛୋଟ ପିଲାମାନେ ଚୁଇଙ୍ଗମ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏହା ଖାଇବା ଫଳରେ ସେମାନଙ୍କର ମୁଣ୍ଡବିନ୍ଧାର କାରଣ ସାଜିଥାଏ । ଏହା ସହିତ ବେକ ଯନ୍ତ୍ରଣା, କାନ ଯନ୍ତ୍ରଣା ସହ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିଥାଏ ।

– ଚୁଇଙ୍ଗମ ଠାରୁ ଆରମ୍ଭ କରି ବ୍ରେଡ ପର୍ଯ୍ୟନ୍ତ ଫୁଡଗୁଡ଼ିକ ତିଆରି କରିବା ସମୟରେ ସେଥିରେ ଅନେକ ପ୍ରକାର ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇଥାଏ । ଏହି ପଦାର୍ଥ ଆମ ଶରୀରର ଅନ୍ତନଳୀର ବହୁତ ଘତି ଘଟାଇଥାଏ, ଯଦ୍ୱାରା ଆମର କୋଷିକା ଗୁଡ଼ିକ ବ୍ୟାକ୍ଟେରିଆ ସହିତ ଲଢ଼ିବାର କ୍ଷମତା ହରାଇ ବସିଥାନ୍ତି ।

– ଚୁଇଙ୍ଗମ ଆମ ପେଟ ଓ ଅନ୍ତନଳୀରେ ଅନେକ ଚାପ ସୃଷ୍ଟି କରିଥାଏ । ଆମେ ଗ୍ରହଣ କରୁଥିବା ଖାଦ୍ୟକୁ ହଜମ କରିବା ପାଇଁ ପାକସ୍ଥଳୀକୁ କିଛି ସମୟର ଆବଶ୍ୟକତା ରହିଥାଏ । ମାତ୍ର ଆମେ ଚୁଇଙ୍ଗମ ଚୋବାଇବା ଦ୍ୱାରା ଅଧିକ ପରିମାଣରେ ଲାଳ ଶରୀର ମଧ୍ୟକୁ ଚାଲିଯାଇଥାଏ, ଫଳରେ ଖାଦ୍ୟ ହଜମ ହେବାରେ ଏହା ବାଧା ସୃଷ୍ଟି କରିଥାଏ ।

– ଯେଉଁ ଚୁଇଙ୍ଗମରେ ଚିନି ମିଶ୍ରିତ ହୋଇଥାଏ, ଖାଇବା ସମୟରେ ତାହା ଆମର ଦାନ୍ତକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଥାଏ, ଯାହାକି ଆମ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ ।
ବିନା ଚିନି ଯୁକ୍ତ ଚୁଇଙ୍ଗମ ମଧ୍ୟ କ୍ଷତିକାରୀ ହୋଇଥାଏ । କାରଣ କୃତ୍ରିମ ସ୍ୱାଦ ସୃଷ୍ଟି କରିବା ପାଇଁ ଏଥିରେ ରାସାୟନିକ ଦ୍ରବ୍ୟ ମିଶାଯାଇଥାଏ । ଯାହାକି ଆମର ଦାନ୍ତକୁ ଧୀରେ ଧୀରେ କ୍ଷୟ କରିଥାଏ ।

Comments are closed.